ଆଗ ଦିନର ଭୁଲ ହାଜିରା କିପରି ଠିକ କରିବି?

ଆଜି ସ୍କ୍ରିନରେ ସେହି ଦିନକୁ ଫେରିଯାଆନ୍ତୁ, କିମ୍ବା କର୍ମୀଙ୍କ କ୍ୟାଲେଣ୍ଡରରେ ସେହି ଦିନ ଟ୍ୟାପ କରନ୍ତୁ।

ଆଜି ସ୍କ୍ରିନରେ ତାରିଖ ଟ୍ୟାପ କରନ୍ତୁ କିମ୍ବା ତୀର ଦେଇ ସେହି ଦିନକୁ ଫେରିଯାଆନ୍ତୁ, ତା'ପରେ ସବୁଦିନ ଭଳି କର୍ମୀଙ୍କ ଉପରେ ଟ୍ୟାପ କରନ୍ତୁ। କିମ୍ବା କର୍ମୀଙ୍କୁ ଖୋଲନ୍ତୁ, କ୍ୟାଲେଣ୍ଡରକୁ ଯାଆନ୍ତୁ, ଆଉ ସେହି ଦିନ ଟ୍ୟାପ କରନ୍ତୁ।

ଆଗାମୀ ଦିନର ହାଜିରା ଲେଖିହେବ ନାହିଁ। କର୍ମୀ କେବଳ ତାଙ୍କ କାମ ଆରମ୍ଭ ତାରିଖରୁ ପରର ଦିନଗୁଡ଼ିକରେ ଦେଖାଯାଆନ୍ତି।

ଯେଉଁ ଦିନଗୁଡ଼ିକର ହିସାବ ସଫା ହୋଇସାରିଛି, ସେଗୁଡ଼ିକରେ ତାଲା ଦେଖାଯାଏ। ସେପରି ଦିନ ବଦଳାଇବାକୁ ଦେଖନ୍ତୁ: ହିସାବ ସଫା ହୋଇଥିବା ଦିନ କିପରି ବଦଳାଇବେ।

ସାହାଯ୍ୟର ସବୁ ବିଷୟ